You cannot edit this Postr after publishing. Are you sure you want to Publish?
Experience reading like never before
 Read in your favourite format - print, digital or both. The choice is yours.
 Read in your favourite format - print, digital or both. The choice is yours. Track the shipping status of your print orders.
 Track the shipping status of your print orders. Discuss with other readers
 Discuss with other readersSign in to continue reading.
 
  
"It was a wonderful experience interacting with you and appreciate the way you have planned and executed the whole publication process within the agreed timelines.”
Subrat SaurabhAuthor of Kuch Woh Pal 
                        
                        “କୁସୁମ: ବ୍ୟବସ୍ଥାର ଅବ୍ୟବସ୍ଥାରେ ଆଦିବାସୀ”, କେବଳ ଶବ୍ଦଗୁଛ ଜଡିତ କିଛି ଗୁନ୍ଥା କାଗଜର ସମାହାର ନୁହେଁ, ବରଂ ଏକ ଆଦିବାସୀ ପରିବାରର ଅଙ୍ଗେନିଭା ଅନୁଭୂତି, ଯନ୍ତ୍ରଣା ଓ ବେଦନାର ଏକ କରୁଣ ପ୍ରତିଫଳନ I ଏହି ପୁସ୍ତକଟି କେବଳ ଗୋଟିଏ ଆଦିବାସୀ ପରିବାରର ବ୍ୟଥା ନୁହେଁ, ବରଂ ଆମ ସମାଜ ଓ ସାମାଜିକ ବ୍ୟବସ୍ଥାରେ ଥିବା ନିଷ୍ଠୁରତା, କ୍ରୁରତା ଓ ବର୍ବରତା ବିରୁଦ୍ଧରେ ମୁକାବିଲା ଓ ସଂଘର୍ଷ କରୁଥିବା ଏକ ଗରିବ ଆଦିବାସୀ ବାପା-ମା’ଙ୍କର ହୃଦୟସ୍ପର୍ଶୀ କାହାଣୀ I ଏହି ପୁସ୍ତକଟିକୁ କେବଳ ଏକ ପୁସ୍ତକ ଭଳି ନ ପଢି, ଏହାର ମର୍ମକୁ ଅନୁଭବ କରିବା ପ୍ରତ୍ୟେକ ବିକାଶମନସ୍କ ବ୍ୟକ୍ତିବିଶେଷଙ୍କ ପାଇଁ ଅପରିହାର୍ଯ୍ୟ I "ଆଦିବାସୀ କାହିଁକି ଉଚ୍ଚ ଶିକ୍ଷିତ ହୋଇପାରୁ ନାହାନ୍ତି?", "ସରକାରଙ୍କ ଅନେକ ସାହାଯ୍ୟ ଓ ସୁବିଧା ସତ୍ତ୍ୱେ ଆଦିବାସୀଙ୍କର କାହିଁକି ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇପାରୁ ନାହିଁ ?", "ଆଦିବାସୀ ପିଲାମାନେ କାହିଁକି ଅଧାରୁ ପାଠପଢ଼ା ଛାଡ଼ି ଦେଉଛନ୍ତି?", "ସରକାରଙ୍କ ନୀତି ଓ ଯୋଜନାରେ ଆଦିବାସୀଙ୍କ ସ୍ଥାନ କେଉଁଠି?", "ଆଦିବାସୀଙ୍କ ଅସଲ ଭାଗ କିଏ ମାରି ଖାଇ ନେଉଛି କି?" ଏହିଭଳି ଆହୁରି ଅନେକ ପ୍ରଶ୍ନ ଅଛି ଯାହାର କିଛି ଉତ୍ତର ପୁସ୍ତକଟିରେ ଅଛି ଓ କିଛିର ଉତ୍ତର ପୁସ୍ତକଟି ନିଜେ ଖୋଜୁଛି I
It looks like you’ve already submitted a review for this book.
 
                                    
                                    Write your review for this book (optional)
 
                                                Review Deleted
Your review has been deleted and won’t appear on the book anymore. 
                                         ଡ. ଅନ୍ତର୍ଜିତା ନାୟକ
ଡ଼. ଅନ୍ତର୍ଜିତା ନାୟକ, ଜଣେ ଅର୍ଥନୀତି ଗବେଷିକା, ସମାଜ ବିଜ୍ଞାନୀ, ଲେଖିକା ଓ ସ୍ତମ୍ଭକାର ଭାବେ ସୁପରିଚିତ I ଓଡ଼ିଶାର ଜଣେ ଜଣାଶୁଣା ସ୍ତମ୍ଭକାର ଭାବରେ ବିଭିନ୍ନ ସାମାଜିକ ସମସ୍ୟା ଓ ସମାଧାନ ସମ୍ପର୍କିତ ତାଙ୍କର ଆଲେଖ୍ୟ ପ୍ରତିଷ୍ଠିତ ଓଡ଼ିଆ ଖବରକାଗଜରେ ସ୍ଥାନ ପାଇବା ସହିତ, ତାଙ୍କର ଲେଖା ପାଠକଙ୍କ ଦ୍ୱାରା ଖୁବ୍ ଆଦୃତ I ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ସମାପ୍ତି ପରେ, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲାରୁ ଅର୍ଥନୀତିରେ ପି.ଏଚ.ଡି. ଲାଭ କରିଛନ୍ତି, ଡ଼.ନାୟକ I ଜଣେ ‘ICSSR Doctoral’ ଏବଂ ‘Post-Doctoral Fellow’ ହିସାବରେ, ତାଙ୍କର ପ୍ରମୁଖ ଗବେଷଣା କ୍ଷେତ୍ରଗୁଡ଼ିକ ଆଦିବାସୀ ପିଲାଙ୍କ ଶିକ୍ଷା, ଆଦିବାସୀ ମହିଳାଙ୍କ ସ୍ୱାସ୍ଥ୍ୟ ତଥା ସେମାନଙ୍କର କୌଶଳ ବିକାଶ ଏବଂ ରୋଜଗାର, ଓ ଦାରିଦ୍ର୍ୟ ଏବଂ ବିକାଶ ଯୋଜନାରେ ଉପରେ ସନ୍ନିବେଶିତ I ସେ ତାଙ୍କର ଅନୁସନ୍ଧାନ ଭିତ୍ତିକ କାର୍ଯ୍ୟ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ସମ୍ମିଳନୀରେ ଉପସ୍ଥାପନା କରିବା ସହିତ, ଗବେଷଣାତ୍ମକ ପ୍ରବନ୍ଧମାନ ପତ୍ର ପତ୍ରିକାରେ ପ୍ରକାଶନ ମଧ୍ୟ କରିଛନ୍ତି I “Tribal School Dropout” ଉପରେ ତାଙ୍କର ଅନୁସନ୍ଧାନ କାର୍ଯ୍ୟ ପାଇଁ ତାଙ୍କୁ ୨୦୨୨ ମସିହାରେ “International Society for the Study of Behavioral Development” (ISSBD) ଦ୍ୱିବାର୍ଷିକ ସମ୍ମିଳନୀରେ ନିଜର ସନ୍ଦର୍ଭ ଉପସ୍ଥାପନ ନିମନ୍ତେ ସମ୍ମାନଜନକ ଅନୁଦାନ ପ୍ରଦାନ କରାଯାଇଛି I
ଇଂରାଜୀରେ ତାଙ୍କର ପୁସ୍ତକ “Poverty: By Chance or By Choice”, ମାନବ ମନୋବୃତ୍ତିର ଏକ ଗଭୀର ଅନୁଧ୍ୟାନ, ଯେଉଁଥିରେ ‘ଗରୀବମାନେ କାହିଁକି ଗରୀବ’ ଭଳି ପ୍ରଶ୍ନର ଉତ୍ତର ଲୁକ୍କାୟିତ I ଡ଼.ନାୟକ ଙ୍କର ପ୍ରଥମ ଓଡ଼ିଆ ପୁସ୍ତକ "ମନ କଥା" ଅନେକ ସାମାଜିକ ଓ ଅର୍ଥନୈତିକ ସମସ୍ୟା, ତାହାର କାରଣ ଓ ସମ୍ଭାବ୍ୟ ସମାଧାନ ଉପରେ ଆଧାରିତ I ତାଙ୍କର ଦ୍ୱିତୀୟ ଓଡ଼ିଆ ପୁସ୍ତକ “ପରୀକ୍ଷାର ପରୀକ୍ଷା”, ଭାରତୀୟ ଶିକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟା ଉପରେ କେନ୍ଦ୍ରିତ, ଯାହା ପାଠକଙ୍କ ଦ୍ୱାରା ବେଶ୍ ଆଦୃତି ଲାଭ କରିଛି I ଏହା ବ୍ୟତୀତ ସେ ପିଲାମାନଙ୍କ ପାଇଁ ୯ଟି ପୁସ୍ତକ ମଧ୍ୟ ଲେଖିଛନ୍ତି, ଯାହା ବିକାଶ ଏବଂ ଶିକ୍ଷଣର ପ୍ରାଥମିକ ଅବଧିରେ ଶିଶୁର ବ୍ୟାବହାରିକ ଆବଶ୍ୟକତା ଉପରେ ଆଧାରିତ I
ଡ.ନାୟକ, ଅଭିବ୍ୟକ୍ତି ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟ ଫାଉଣ୍ଡେସନ୍ (Abhibyakti Research and Development Foundation)ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ହିସାବରେ ମହିଳା, ଶିଶୁ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିବେଶ ଜନିତ ସମସ୍ୟା ତଥା ସମାଧାନ ଦିଗରେ ଅନୁସନ୍ଧାନ କରିବା ସହିତ ଏକ ସ୍ଥାୟୀ ଅଭିବୃଦ୍ଧି ଏବଂ ବିକାଶର ଉତ୍ତମ ଲକ୍ଷ୍ୟ ରଖି ଅନେକ କାର୍ଯ୍ୟ କରିଚାଲିଛନ୍ତି I
 India
India
             Malaysia
Malaysia
             Singapore
Singapore
             UAE
UAE
            The items in your Cart will be deleted, click ok to proceed.